Mobile Advisory

କାଣ୍ଡବିନ୍ଧା ପୋକ ଓ ପତ୍ରମୋଡା ପୋକର ପାଦୁର୍ଭାବ ନିୟନ୍ତ୍ରଣ କରିବା ପାଇଁ ୧ ଏକର ତଳି ଘେରା ପିଛା ୪ ରୁ ୫ଟି ଫେରୋମେନ ଯନ୍ତା ରଖନ୍ତୁ. ଯଦି ଗୋଟିଏ ଯନ୍ତା/ଟ୍ରାପି ପିଛା ୪ ରୁ ୫ଟି ପୁରୁଷ ପୋକ ଗୋଟିଏ ଦିନରେ ପଡନ୍ତି, ତେବେ ଏକର ପିଛା ୮୦୦ମି.ଲି. Azadirachtin ୦.୧୫% ଇ.ସି ୪କେ.ଜି Chlorantraniliprole ୦.୪ଜି.ଆର ସହିତ ବାଲି ସମାନ ଭାବରେ ମିଶାଇ କିମ୍ବା ୬୦ମି.ଲି Chlorantraniliprole ୧୮.୫% ଏସ.ସି ୨୦୦ ଲି. ପାଣିରେ କିମ୍ବା ୧୦କି.ଗ୍ରା. Cartap hydrochloride ୪ଜି. କିମ୍ବା ୧୦୦-୧୨୦ମି.ଲି Tetraniliprole ୨୦୦ ଏସ.ସି. ୫୦ଗ୍ରାମ Flubendiamide 20W .G ୨୦୦ଲିଟର ପାଣିରେ ମିଶାଇ ପ୍ରୟ
------------------------

ଘାସ ନିୟନ୍ତ୍ରଣ ପାଇଁ ଏକର ପିଛା 4କିଗ୍ରା ଘାସମରା ଦାନାଦର Bensulfuron Methyl 0.6% + Pretilachlor 6% GR ସହିତ 4kg ବାଲି ମିସାଇ ଧାନତଳି ରୋଇବାର ୫ ରୁ ୧୦ ଦିନ ପରେ ଜମିରେ ପ୍ରୟୋଗ କରନ୍ତୁ କିମ୍ବା ଘାସ ଗଜା ହେବାର ୮ ରୁ ୧୦ ଦିନ ପରେ ଅର୍ଥାତ ଘାସ ଦୁଇ ତିନୋଟି ପତ୍ର ହୋଇଥିବା ଅବସ୍ଥାରେ ୧୦୦ମି.ଲି Bispyribac sodium ୧୦% ଏସ.ସି ୧୬ ଲି. କ୍ଷମତା ବିଶିଷ୍ଟ ସ୍ପ୍ରେୟୱେରରେ ୮ ଟାଙ୍କି ଦ୍ରବଣ ପ୍ରୟୋଗ କରନ୍ତୁ କିମ୍ବା ଏକର ପିଛା ୯୦୦ମି.ଲି Penoxsulam + Cyhalofop-Butyl ପ୍ରୟୋଗ କରନ୍ତୁ
------------------------

ଯଦି ଧାନ ତଲିଘେରାରେ ଉକୁଣିଆ ପୋକ ଦେଖାଯାଏ ତେବେ 1l. Azadirachtin or Lambda Cyhalothrin 5% E.C 100ml Thiamethoxam 25% WG, 40gm ପ୍ରୟୋଗ କରନ୍ତୁ
------------------------

ମକା ଫସଲରେ ଶୋଷକ କୀଟ ଯଥା ଜଉ ଓ ଉକୁଣିଆ ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା ୬୦୦ମି.ଲି ନିମ୍ବ ଆଧାରିତ କୀଟନାଶକ(୧୫୦୦ ପିପିଏମ୍ )ପ୍ରତି ୨୦୦ ଲି. ପାଣିରେ ମିସାଇ ସିଂଚନ କରନ୍ତୁ
------------------------

କପାର ସଙ୍କର କିସମ ପାଇଁ ଜେଇ.କେ ଦୁର୍ଗା, ଅଟଳ,ଧାନୋ, ଗବର, ଶ୍ରୀ ତୁଳସୀ, ଭାଗ୍ୟ, ଆକ୍କା, ଚନ୍ଦ୍ରମୁଖୀ ଉତ୍ତମ ଅଟେ
------------------------

ଗଜା ପୂର୍ବବର୍ତ୍ତୀ ଘାସମରା ଔଷଧ ପ୍ରୟୋଗ କରିନଥିଲେ ଧାନ ବୁଣିବାର 15 ରୁ 20 ଦିନରେ ଏକର ପ୍ରତି 120 ମି.ଲି ବିସ୍ପାଇରିବାକ୍ ସୋଡିୟମ୍ 10%ଏସ.ସି 200 ଲି. ପାଣିରେ ସିଞ୍ଚନ୍ତୁ
------------------------

ସାଧାରଣ କପା ଚାଷପାଇଁ ୧ କି.ଗ୍ରା. ପ୍ରତି ଏକର ଏବଂ ସଘନ କପା ଚାଷପାଇଁ ୫ କି.ଗ୍ରା. ପ୍ରତି ଏକର ବିହନ ଆବଶ୍ୟକ
------------------------

ବୁଣିବା ପୂର୍ବରୁ ୧ କିଗ୍ରା ମଞ୍ଜିକୁ ୭ ଗ୍ରାମ ଇମିଡାକ୍ଲୋପ୍ରିଡ୍ ୭୦ ଡବ୍ଲୁ.ଜି ଦ୍ୱାରା ବିଶୋଧନ କରନ୍ତୁ ଯାହାଦ୍ୱାରା ଶୋଷକ ପୋକାମାନର ସଂକ୍ରମଣ ହ୍ରାସ ପାଇବ
------------------------

ଚିନାବାଦାମର ପତ୍ର ସୁଡଙ୍ଗ ପୋକ : ବର୍ତମାନ ପାଗରେ ଉଚ୍ଚ ତାପମାତ୍ରା ପାଇଁ ପତ୍ର ସୁଢଙ୍ଗ ପୋକର ପାଦୁର୍ଭାବ ଦେଖା ଦେବାର ସମ୍ଭାବନା ରହିଛି । ସଂକ୍ରମଣ ଦେଖା ଦେଲେ ନିୟନ୍ତ୍ରଣ ପାଇଁ ୨ ମିଲିଗ୍ରାମ Prophenophos ୫୦% ଇସି କୁ ପ୍ରତି ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କେନ୍ତୁ ।
------------------------

ଚଣା ଓ ବୁଟର ୭୦ ରୁ ୮୦ ଭାଗ ଛୁଇଁ ପାକଳ ହୋଇଗଲେ ଅମଳ କରି ଦିଅନ୍ତୁ ଏବଂ ଅମଳ ପରେ ମଞ୍ଜିକୁ ଖରାରେ ଭଲ ଭାବରେ ଶୁଖାନ୍ତୁ ଯେପରିକି ମଞ୍ଜିରେ 8 ରୁ 10 ଭାଗ ଜଳୀୟ ଅଂଶ ରହିବ
------------------------

ଗୃହପାଳିତ ପଶୁ ଯଥା ଗାଈ,ମଇଁଷି,ଛେଳି,ମେଣ୍ଢା ମାନଙ୍କୁ ଫାଟୁଆ,ସାହାଣ,ବଜବଜିଆ,ଛେଳିମଡ଼କ ଓ ଛେଳି ବସନ୍ତ ଆଦି ରୋଗରୁ ରକ୍ଷା କରିବା ପାଇଁ ଉପଯୁକ୍ତ ସମୟରେ ଟୀକାକରଣ କରନ୍ତୁ
------------------------

ଦୀର୍ଘଦିନ ଧରି ଜିଲ୍ଲାରେ ପାଗ ଶୁଖିଲା ରହିଥିବାରୁ ଚାଷୀଭାଇମାନେ ଜମିରେ ବତର ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଛିଡା ହେଇଥିବା ଫସଲ ଯଥା ମୁଗ, ବିରି, ଚିନାବାଦାମ, ବୁଟ, ମଟର, ମକା ଇତ୍ୟାଦିରେ ପାଣିର ଅଭାବକୁ ଏଡ଼ାଇବା ପାଇଁ ଆବଶ୍ୟକ ମତେ ଜଳସେଚନର ବ୍ୟବସ୍ଥା କରନ୍ତୁ
------------------------

ବାଇଗଣରେ ଧଳା ମାଛି ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି ୮-୧୦ ଟି ଅଠା ଲାଗିଥିବା ହଳଦିଆ ଯନ୍ତା ବ୍ୟବହାର କରନ୍ତୁ । ସଂକ୍ରମିତ ହେବାର ପ୍ରଥମ ଅବସ୍ଥାରେ ୩୦ ମିଲି କିମ୍ବା ଆଧାରିତ କୀଟନାଶକ (ଅଯାଡିରାକଟିନ ୧୫୦୦ ପିପିଏମ୍ )କୁ ପ୍ରତି ୧୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
------------------------

ଧାନ ଫସଲରେ ଏକର ପିଛା ରୋଇବାର ୮ ରୁ ୧୦ ଦିନ ମଧ୍ୟରେ ୧୦୦ ଗ୍ରାମ ପାଇରାଜୋସଲଫ୍ୟୁରନ ଇଥାଇଲ ୧୦% ଡବ୍ଲୁ .ପି କିମ୍ବା ରୋଇବାର ୧୫ ରୁ ୨୦ ଦିନ ମାଧ୍ୟରେ ୧୨୦ ମିଲିଗ୍ରାମ ବିଶପାଇରୀବେକ ସୋଡିଅମ ୧୦% ଏସ.ସି କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ
------------------------

ଛଟା ବୁଣା ଧନରେ ପ୍ରଥମ କିସ୍ତି ସାର ହିସାବରେ ଏକର ପିଛା ୨୪ କି.ଗ୍ରା ୟୁରିଆ ସାରାକୁ ବୁଣିବାର ୨୦ ରୁ ୨୫ ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ । ରୁଆ ଧାନ କ୍ଷେତ୍ରରେ ଶେଷ ଥର କାଦୁଅ କରିବା ସମୟରେ ମୂଳ ସାର ଭାବେ ଏକର ପିଛା ଡି.ଏ.ପି ୪୪ କି.ଗ୍ରା ଓ ୨୨ କି.ଗ୍ରା. ଏମ.ଓ.ପି ସାର ପ୍ରୟୋଗ କରନ୍ତୁ ଏବଂ ରୋଇବାର ୨୦ ରୁ ୨୫ ଦିନ ମଧ୍ୟରେ ୩୫ କି.ଗ୍ରା. ୟୁରିଆ ସାରକୁ ପ୍ରଥମ କିସ୍ତି ସାର ହିସାବରେ ପ୍ରୟୋଗ କରନ୍ତୁ ।
------------------------

ଡାଲିଜାତୀୟ ଫସଲରେ ପତ୍ର ହଳଦିଆ ରୋଗ(YMV)ଦେଖାଦେଲେ IMIDACLOPRID ୧୭.୮ SL କୁ ୦.୩ ମି.ଲି ପ୍ରତି ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ
------------------------

କାଜୁ ଗଛରେ ଫୁଲ ଆସିଲା ବେଳେ OXYDEMENTON METHYL ୨ ମି ଲି ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଡାହାଣିଆ ପୋକ ଲାଗିବ ନାହିଁ
------------------------

ପରିବା ଚାଷ କରିଥିଲେ ଔଷଧ ପ୍ରୟୋଗ ଯୋଗୁ ଖର୍ଚ କମାଇବା ପାଇଁ ହଳଦିଆ ଅଠାଳିଆ ଟ୍ରାପ ବା ଯନ୍ତା ବ୍ୟବହାର କରନ୍ତୁ |
------------------------

ଆମ୍ବ ଗଛରେ କାଣ୍ଡକୁ ମାଟିରୁ ୧ ମିଟର ଉଚତା ପର୍ଯ୍ୟନ୍ତ କୋଲଟାର ଲେପନ କରିଲେ କି ଆକ୍ରମଣରୁ ଗଛକୁ ରକ୍ଷା କରାଯାଇ ପାରିବ |
------------------------

ଲେମ୍ବୁ ଗଛରେ ମୂଳରୁ ୧ ମି ଉଚତା ପର୍ଯ୍ୟନ୍ତ କୌଣସି ଡାଳ ରଖନ୍ତୁ ନାହିଁ ଏବଂ ଗଛକୁ BORDO MIXTURE (୧:୧ :୧୦୦ ଅନୁପାତ ର ତୁତିଆ, ଚୂନ ଏବଂ ପାଣି ) ସିଞ୍ଚନ କରନ୍ତୁ |
------------------------

ଚାଷୀ ଭାଇ ଓ ଭଉଣୀ ମାନେ ନିଜ ଜମିରେ ଥିବା ହୁଡ଼ା ଗୁଡିକୁ ଖାଲି ନ ରଖି ସେଥିରେ ଶୀଘ୍ର ବଢୁଥିବା ଗଛ ଯଥା ନୀଳଗିରି, ଆକାଶିଆ, ଶାଗୁଆନ ଆଦି ଗଛକୁ ୩ ମି X ୩ ମି ଦୂରତାରେ ଲଗାନ୍ତୁ ଏବଂ ସେଥିରୁ କିଛି ଅଧିକ ଅର୍ଥ ଉପାର୍ଜନ କରିବା ସହିତ ମୂର୍ତ୍ତିକା ଅବକ୍ଷୟ କରିପାରିବେ I
------------------------

ପିଆଜ ଚାଷରେ ଏକର ପିଛା ଅଧିକ ଅମଳ ପାଇଁ ଫ୍ଲାଟ ବେଡ଼ ପ୍ରଣାଳୀରେ ୪ ମିଟର ଲମ୍ବା , ୨.୫ ମିଟର ଚଉଡା ଏବଂ ୨୫ ସେମି ଉଚତା ବିଶିଷ୍ଟ ବେଡ଼ ତିଆରି କରି ଧାଡିକୁ ଧାଡି ୧୦ ସେମି ଏବଂ ଚାରାକୁ ଚାରା ୭ ସେମି ବ୍ୟବଧାନରେ ଲଗାନ୍ତୁ . ଦୁଇ ବେଡ଼ ମଝିରେ ୪୫ ସେମିର ନାଳ ରଖନ୍ତୁ I
------------------------

ପିଆଜ ଚାଷ ବେଳେ ଅଗ ପତ୍ର ପୋଡି ଯାଉଥିଲେ METALAXYL + MANCOZEB ୨ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ
------------------------

ଯେ କୌଣସି ପନିପରିବା ଚାଷ କରିବା ପୂର୍ବରୁ ଚାରାକୁ ୨ ଗ୍ରାମ କାରବେଣ୍ଡଜ଼ୀମ ଏକ ଲିଟର ପାଣିରେ ମିଶାଇ ୧୫ ମିନଟ ରଖି ଚାରାକୁ ଲଗାନ୍ତୁ ଯା ଦ୍ୱାରା ଝାଉଁଳା ଏବଂ ମୂଳ ଶଢା ହେବ ନାହିଁ
------------------------

ବାଦାମ କିମ୍ବା ରାଶି ଚାଷ କରିବାର ଥିଲେ ଜମିକୁ ଚୂନ କିମ୍ବା କାଗଜ କଲା ମଇଳା ପକାଇ ଭଲଭାବରେ ଚାଷ କରିଦିୟନ୍ତୁ . ଶେଷ ଓଡ ଚାଷ ବେଳକୁ ୨୫୦ KG ଜିପସୁମ ପ୍ରତି ହେକଟରେ ପକାଇ ଭଲ ଭାବରେ ଚାଷ କରି ଦିୟନ୍ତୁ
------------------------

ଯେ କୌଣଷି ବିହନ, ଚାରା ବା ଔଷଧ କିଣିବା ପୁର୍ବରୁ କୃଷି ବିଭାଗ ଅଧିକାରି ବା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନଂକ ପରାମର୍ଶ ନିୟନ୍ତୁ
------------------------